କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନେଲେ କରୋନା ଟିକା

ଥୀରୁଅନନ୍ତପୁରମ୍ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଏସମ୍ପର୍କରେ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ସମୟ ଆସିଲେ ଟିକା ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ବୈଜ୍ଞାନିକ ପଦ୍ଧତି ଦ୍ୱାରା ସମସ୍ତେ ମିଳିମିଶି ଏହି ମହାମାରୀକୁ ଶେଷ କରିପାରିବା ବୋଲି କହିଛନ୍ତି।