ଜିତିଲା ଭାରତ, ୧-୦ରେ ସିରିଜ୍ ଆଗୁଆ

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଆଜିର ମ୍ୟାଚରେ ଭାରତୀୟ ଦଳ ପ୍ରଥମରୁ ହିଁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂ କରି ନବଦୀପ ସାଇନି ଓ ଶ୍ରାଦୁଲ ଠାକୁରଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାକୁ ୧୪୨ରନରେ ଧରାଶାୟୀ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସି ବ୍ୟାଟ୍ସମ୍ୟାନମାନେ ମଧ୍ୟ ଉତ୍ତମ ବ୍ୟାଟିଂ କରିଥିଲେ।