ସିଡବ୍ଲୁଜି-୨୦୨୨: ବର୍ମିଂହାମରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ

ବର୍ମିଂହାମ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାର(ସିଡବ୍ଲୁଜି-୨୦୨୨) ହକି ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ମହିଳା ହକି ଦଳ । ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଭରତ କାଂସ୍ୟ ପଦକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି । ନିର୍ଦ୍ଧାରିତ ସମୟ ସମୟରେ ଉଭୟ ଦଳର ଗୋଲ୍‌ ୨-୨ରେ ସମାନ ରହିଥିଲା । ଫଳରେ ନିୟମ ଅନୁଯାୟୀ, ପେନାଲ୍ଟି ସୁଟ୍‌ଆଉଟ୍‌ରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତି ହୋଇଥିଲା ।

ଏହାପରେ ପେନାଲ୍ଟି୍ ସୁଟ୍‌ଆଉଟ୍‌ରେ ବାଜିମାରିଥିଲା ଭାରତ । ଭାରତ ୨-୧ ଗୋଲ୍‌ ସ୍କୋର୍‌ରେ ବିଜୟ ହାସଲ କରିଥିଲା ଭାରତ । ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଗୋଲ୍‌ ଦେବାକୁ କଡ଼ା ସଂଘର୍ଷ କରିଥିଲେ । ଭାରତର ଦମଦାର୍‌ ଡିଫେନ୍ସ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ର ତୃତୀୟ କ୍ବାର୍ଟରରେ ଭାରତ ନ୍ୟୁଜିଲାଣ୍ଡ୍‌କୁ ଏକ ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲା ।

ତେବେ ଚତୁର୍ଥ କ୍ବାର୍ଟର ଶେଷ ବେଳକୁ ନ୍ୟୁଜିଲାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ଫାଇଦା ଉଠାଇଥିଲା ଦଳ । ପେନାଲ୍ଟି କର୍ଣ୍ଣରରରେ ଭାରତୁକୁ ଗୋଲ୍‌ ଦେଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ଦୁଇ ଦଳ ମଧ୍ୟରେ ପେନାଲ୍ଟି କର୍ଣ୍ଣର ଆରମ୍ଭ ହୋଇଥିଲା । ଏଥିରେ ଅଧିନାୟିକା ସବିତା ପୁନିଆ ଜବରଦସ୍ତ କୌଶଳ ଦେଖାଇଛନ୍ତି । ନ୍ୟୁଜିଲାଣ୍ଡ ଷ୍ଟ୍ରାଇକର ଗୋଲକିପର ସବିତା ପୁନିଆଙ୍କୁ ମାତ୍ର ଥରେ ଭେଦ କରିବାକୁ ସକ୍ଷମ ହୋଇଥିଲେ । ସେପଟେ ଭାରତୀୟ ଷ୍ଟ୍ରାଇକର ଦୁଇଟି ଗୋଲ୍‌ ଦେଇ ମ୍ୟାଚ୍‌ ହାତେଇବା ସହ କାଂସ୍ୟ ପଦକ ହାସଲ କରିଛନ୍ତି ।