ମହିଳା ଜାଭଲିନ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ଅନୁ ରାନୀ ମହିଳା ଜାଭଲିନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରହିଛନ୍ତି । ଏହାସହ ଏସିଆନ ଗେମ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗତ ଏସିଆନ ଗେମ୍ସରେ ସେ ପଦକ ଜିତି ପାରିନଥିଲେ। କିନ୍ତୁ ଏଥର ୬୨. ୯୨ ମିଟର ଥ୍ରୋ କରି ଗୋଲ୍ଡ ମେଡାଲ ଜିତିଛନ୍ତି । ଅନୁ ତାଙ୍କ ୪ର୍ଥ ପ୍ରୟାସରେ ଏହି କମାଲ କରିଛନ୍ତି ।

ସୂଚନାଯୋଗ୍ୟ, ଏସିଆନ ଗେମ୍ସ ୨୦୨୩ରେ ଭାରତ ବର୍ତ୍ତମାନ ସୁଦ୍ଧା ୬୬ ପଦକ ଜିତିଛି । ସେଥିମଧ୍ୟରୁ ୧୫ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।