କେଦାରନାଥ ଧାମରେ ଋଷଭ

ଉତ୍ତରାଖଣ୍ଡ: ଭାରତୀୟ କ୍ରିକେଟର ଋଷଭ ପନ୍ତ ବାବା କେଦାରନାଥଙ୍କ ଦରବାରରେ ହାଜର ହୋଇଛନ୍ତି । ଋଷଭଙ୍କୁ ବଦ୍ରୀ କେଦାର ମନ୍ଦିର ସମିତି ଏବଂ ତୀର୍ଥ ପୁରୋହିତ ସମାଜ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମନ୍ଦିର ସମିତି ଋଷଭଙ୍କୁ ଭଗବାନ କେଦାରଙ୍କୁ ପ୍ରସାଦ ମଧ୍ୟ ଦେଇଥିଲେ । କେଦାରନାଥ ଧାମ ପହଞ୍ଚିବା ପରେ ଋଷଭ ପାଖାପାଖି ଅଧ ଘଣ୍ଟାଏ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଋଷଭଙ୍କୁ ଦେଖିବା ଲାଗି ଭିଡ଼ ଜମିଥିଲା ।