ଟସ୍ ଜିତି ବ୍ୟାଟିଂ ଚୟନ କଲା ଭାରତ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହିକ୍ରମେ ଟସର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି । ଏହାସହ ଉଭୟ ଟିମ୍ ସମାନ ଖେଳାଳିଙ୍କ ସହ ଫଡ଼ିଆକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୧୯ରେ ସେମିଫାଇନାଲ ମୁକାବିଲା୍ ହୋଇଥିଲା । ସେହି ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତି ଭାରତର ଚାମ୍ପିଆନ ହେବାର ସ୍ୱପ୍ନକୁ ଧୂଳିସାତ କରିଥିଲା । ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ୪ ବର୍ଷ ପରେ ନ୍ୟୁଜିଲାଣ୍ଡଠାରୁ ଭାରତ ପ୍ରତିଶୋଧ ନେବାରେ ସଫଳ ହେଉଛି କି ନାହିଁ ।