ଏସିଆ କପ୍ ହକିରେ ଭାରତ ଜିତିଲା ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆ କପ୍ ହକିର ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଆଜି ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଜାପାନକୁ ୧-୦ରେ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଅନ୍ୟପଟେ ମାଲେସିୟା ଆଜି ସ୍ୱର୍ଣ୍ଣ ପଦକ ଲାଗି ଦକ୍ଷିଣ କୋରିଆକୁ ଭେଟିବ ।

ସୂଚନାଯୋଗ୍ୟ, ଗତ ଚାମ୍ପିୟାନ ଭାରତ ଚତିଳ ବର୍ଷ ଏକ ଯୁବା ଟିମ୍ ସହ ଏସିଆ କପ୍ ଖେଳିଥିଲା । ପୂର୍ବତନ ହକି ଖେଳାଳି ସରଦାର ସିଂହ ପ୍ରଥମଥର ପାଇଁ କୋଚ ରୂପେ ଟିମର ଦାୟିତ୍ୱ ତୁଲାଇଥିଲେ । ଆଜି ମାଲେସିୟାର ଜକାର୍ତାରେ ଖେଳା ଯାଇଥିବା ମ୍ୟାଚରେ ଭାରତ ପାଇଁ ରାଜକୁମାର ପାଲ ପ୍ରଥମ ଗୋଲ୍ କରିଥିଲେ ।