ଅକ୍ଟୋବରରୁ ବିଦେଶକୁ ଭ୍ୟାକ୍ସିନ ପଠାଇବ ଭାରତ : ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ‘ଭ୍ୟାକ୍ସିନ ମୈତ୍ରୀ’ ଜରିଆରେ ବିଦେଶକୁ ଭ୍ୟାକ୍ସିନ ପଠାଇବ। ଅକ୍ଟୋବର ଓ ନଭେମ୍ବରରେ ଅତିରିକ୍ତ ଟିକାର ରପ୍ତାନୀ କରାଯିବ। ଦେଶର ଆବଶ୍ୟକତାକୁ ପୂରଣ କରାଯିବା ପରେ ‘କୋଭେକ୍ସ’ କାର୍ଯ୍ୟକ୍ରମରେ ଯୋଗଦାନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା ସୂଚନା ପ୍ରଦାନ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୮୧ କୋଟିରୁ ଉର୍ଦ୍ଧ୍ୱ ଡୋଜ୍ ପ୍ରଦାନ କରାଯାଇଛି। ଶେଷ ୧୦ କୋଟି ଡୋଜ୍ ମାତ୍ର ୧୧ ଦିନରେ ଦିଆଯାଇଛି। ସେପ୍ଟେମ୍ବରରେ ଭାରତ ସରକାରଙ୍କୁ ଭାରତୀୟ କମ୍ପାନୀ ତରଫରୁ ୨୬ କୋଟି ଭ୍ୟାକ୍ସିନ ମିଳିଛି। ଏଥିସହିତ ଅକ୍ଟୋବରରେ ୩୦ କୋଟି ଭ୍ୟାକ୍ସିନ ଉତ୍ପାଦନ କରାଯିବ ପରେ ଆହୁରି ବଢ଼ିବ।