ନୂଆଦିଲ୍ଲୀ: ଫାଇଜର ଭ୍ୟାକ୍ସିନ ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। କ୍ଲିନିକାଲ ଟ୍ରାୟଲର ଫଳାଫଳରୁ ଏମିତି ତଥ୍ୟ ସାମ୍ନାକୁ ଆସିଥିବା ନେଇ ଫାଇଜର ଓ ବାୟୋଏନଟେକ ସୂଚନା ପ୍ରଦାନ କରିଛି। ସେଥିପାଇଁ ଯଥାଶୀଘ୍ର ମଞ୍ଜୁରୀ ଲାଗି ଆବେଦନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଫାଇଜର ଓ ମଡୋର୍ଣ୍ଣା ଭ୍ୟାକ୍ସିନ ପୂର୍ବରୁ ହିଁ ବିଶ୍ୱର ୧୨ ବର୍ଷରୁ ଅଧିକ କିଶୋର ଓ ପ୍ରାପ୍ତ ବୟସ୍କଙ୍କୁ ପ୍ରଦାନ କରାଯାଇଛି। ସ୍କୁଲ ଖୋଲିବା ଓ ସଂକ୍ରମଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପିଲାଙ୍କ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି।