ଚୀନ ଲାଗି ଭାରତର ପାରମ୍ପରିକ ଅସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ସେନା ଏଲଏସିରେ ଚୀନ ସୈନିକଙ୍କୁ ଜବାବ ଦେବା ଲାଗି ଏକ ଅଣଘାତକ ଅସ୍ତ୍ର ପ୍ରସ୍ତୁତ କରାଯାଇଛି। ଏହା ତ୍ରିଶୁଳ ଭଳି ଏକ ପାରମ୍ପରିକ ଅସ୍ତ୍ର। ଏହାକୁ ନୋଏଡାସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ଅପେଷ୍ଟ୍ରୋନ୍ ପ୍ରାଇଭେଟ ଲିମିଟେଡ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ଭାରତ-ଚୀନ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହେବା ପରେ ଅପେଷ୍ଟ୍ରୋନ୍ ପ୍ରାଇଭେଟ ଲିମିଟେଡକୁ ଅସ୍ତ୍ର ନିର୍ମାଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଶତ୍ରୁ ସହ ମୁହାଁମୁହିଁ ଲଢ଼େଇ ସମୟରେ ଏହା ବେଶ୍ ଉପକାରୀ ହେବ। ବୁଲେଟ ପ୍ରୁଫ ବାହନକୁ ପମ୍ପଚର କରିବାରେ ମଧ୍ୟ ଉପଯୋଗୀ ହୋଇପାରିବ। ଏଥିରେ ବଜ୍ର ସ୍ପାଇକ୍ସ ଥିବାରୁ ଶତ୍ରୁ ଦେଶକୁ କରେଣ୍ଟ ଦେବାରେ ମଧ୍ୟ ବ୍ୟବହାର କରାଯାଇପାରିବ।