ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ ହୋଇଛି। ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ପ୍ରଦର୍ଶନ କରିଛି କଂଗ୍ରେସ। ଭୁବନେଶ୍ୱର ବିମାନ ବନ୍ଦର ଛକରେ ଘଟିଛି ଏହି ଘଟଣା।
ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶା ଆସିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ତେବେ ଭୁବନେଶ୍ୱରରୁ ଫେରିବା ସମୟରେ ବିମାନବନ୍ଦର ଛକ ନିକଟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ଓ କାଳିମାଡ ସହ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୧୦୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।