ଦିନକ ପୂର୍ବରୁ ପ୍ଲେଇଙ୍ଗ ୧୧ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ କାଲିଠୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ଭାରତ କ୍ରିକେଟ ଟିମ୍ ପ୍ଲେଇଙ୍ଗ ୧୧ ଉପରୁ ପରଦା ହଟାଇଦେଇଛି। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଶୁଭମନ ଗିଲଙ୍କୁ ଭାରତୀୟ ଟିମରେ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ।

ସୂଚନାଯୋଗ୍ୟ, ଆସନ୍ତାକାଲି ମ୍ୟାଚ ପାଇଁ ଚୟନ ହୋଇଥିବା ଖେଳାଳିମାନେ ହେଲେ ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶାହ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟା ରାହାଣେ, ହନୁମାନ ବିହାରୀ, ଋିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଉମେଶ ଯାଦବ, ମହମ୍ମଦ ସାମି ଓ ଯଶପ୍ରୀତ ବୁମେରା।