ନୂଆଦିଲ୍ଲୀ: ଭାରତରେ ନିର୍ମିତ ହାଇପରସୋନିକ ଟେକ୍ନୋଲୋଜୀ ଡେମନଷ୍ଟ୍ରେଟର ହ୍ୱୀଲ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଯାଇଛି। ଜଣେ ଅଧିକାରୀଙ୍କ କହିବା ମୁତାବିକ, ଦେଶର ଭବିଷ୍ୟତ ପାଇଁ ମିସାଇଲ ସିଷ୍ଟମ ଓ ଏରିୟଲ ପ୍ଲାଟଫର୍ମ ଦୃଷ୍ଟିରୁ ଏହା ସଫଳ ସାବ୍ୟସ୍ତ ହେବ। ଏଚଏସଟିଡିଭିକୁ ଡିଫେନ୍ସ ରିସର୍ଚ୍ଚ ଓ ଡେଭଲେପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପକ୍ଷରୁ ବିକଶିତ କରାଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭକାମନା ଜଣାଇଛନ୍ତି।
ଡିଆରଡିଓର ଜଣେ ଅଧିକାରୀଙ୍କ କହିବାନୁସାରେ, ଏଚଏସଟିଡିଭିର ସଫଳ ପରୀକ୍ଷଣ ପରେ ଭାରତ ଅତ୍ୟାଧୁନିକ ଜଟିଳ ଟେକ୍ନୋଲୋଜୀ ପାଇଁ ନିଜର କ୍ଷମତା ପ୍ରଦର୍ଶନ କରିଛି। ଏହା ଭବିଷ୍ୟତରେ ଘରୋଇ ରକ୍ଷା ଉଦ୍ୟୋଗ ସହ ଆଗାମୀ ପୀଢ଼ୀର ହାଇପରସୋନିକ ହ୍ୱିଲ ଦିଶାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏଥିସହିତ ଏଚଏସଟିଡିଭ କ୍ରୁଜ ମିଶାଇଲକୁ ଶକ୍ତି ପ୍ରଦାନ କରିଥାଏ।