ଡିସେମ୍ବର ୨୬ରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଡିସେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏଠାରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ ସେଞ୍ଚୁରିଆନରେ ଖେଳାଯିବ । ୨ୟ ମୁକାବିଲା କେପ ଟାଉନରେ ଜାନୁଆରୀ ୩ରେ ଖେଳାଯିବ । ଏହିକ୍ରମେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଖେଳାଳୀଙ୍କ ନାଁ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚର ଟି-୨୦ ସିରିଜ ଡିସେମ୍ବର ୧୦ରେ ଖେଳାଯିବ । ଏହାପରେ ଡିସେମ୍ବର ୧୪ରେ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜରେ ୩ ମ୍ୟାଚ୍ ହେବ ବୋଲି ଜଣାପଡ଼ିଛି ।