ଅଞ୍ଜୁ ଭାରତରେ ସବୁ ସମସ୍ୟା ସମାଧାନ କରିବା ପରେ ମୁଁ ବି ସେଠାକୁ ଯିବି: ନସରୁହ୍ଲା

ନୂଆଦିଲ୍ଲୀ: ୬ ମାସ ପାକିସ୍ତାନରେ ରହିବା ପରେ ଅଞ୍ଜୁ ଭାରତ ଫେରିଛନ୍ତି । ଅଞ୍ଜୁ ଭାରତ ଫେରିବାକୁ ନେଇ ଗଣମାଧ୍ୟମ ସହ କୌଣସି ଆଲୋଚନା କରିନାହାନ୍ତି । କିନ୍ତୁ ତାଙ୍କ ସ୍ୱାମୀ ନସରୁହ୍ଲା କହିଛନ୍ତି ଯେ, ଅଞ୍ଜୁ ନିଜ ଇଚ୍ଛାରେ ଭାରତ ଯାଇଛନ୍ତି । ସେ ତାଙ୍କ ପିଲାଙ୍କୁ ଭେଟିବାକୁ ଚାହୁଁଥିଲେ । ଦୀର୍ଘ ୧୦ ବର୍ଷ ହେବ ଅଞ୍ଜୁଙ୍କର ତାଙ୍କ ଭଉଣୀମାନଙ୍କ ସହ କିଛି ସମସ୍ୟା ରହିଛି ସେ ତାକୁ ମଧ୍ୟ ସମାଧାନ କରିବେ । ମୁଁ ତାଙ୍କ ପିଲାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଅଛି । ପିଲାଙ୍କ କଷ୍ଟୋଡୀ ପାଇଁ ଆମେ ଆଇନର ଆଶ୍ରୟ ନେବୁ । ଅଞ୍ଜୁଙ୍କ ସମସ୍ୟା ସମାଧାନ ହେବା ପରେ ମୁଁ ମଧ୍ୟ ଭାରତ ଯିବି ।

ପାକିସ୍ତାନରୁ ଭାରତ ଆସିଥିବା ଅଞ୍ଜୁଙ୍କୁ ପଞ୍ଜାବ ପୁଲିସ ଓ ଆଇବୀ ଜେରା କରିଛି । ଏହି ସମୟରେ ଅଞ୍ଜୁ କହିଛନ୍ତି ଯେ, ୨୦୨୩ ଜୁଲାଇ ୨୧ରେ ପାକିସ୍ତାନ ଯିବା ପରେ ନସରୁହ୍ଲାଙ୍କ ସହ ନିକାହ ହୋଇଥିଲା । ମୁଁ ଭାରତୀୟ ସ୍ୱାମୀ ଅରବିନ୍ଦଙ୍କୁ ଛାଡ଼ପତ୍ର ଦେବି । ପାକିସ୍ତାନର ଆତିଥ୍ୟ ଖୁବ୍ ଭଲ ଥିଲା ।