ବିଗ୍‌ବସ୍‌-୧୫ ଟ୍ରଫି ଜିତିଲେ ତେଜସ୍ୱୀ ପ୍ରକାଶ, ମିଳିଲା ୪୦ ଲକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ଦିନର ପରିଶ୍ରମ ପରେ ଶେଷରେ ତେଜସ୍ୱୀ ପ୍ରକାଶ ବିଗ୍‌ବସ୍‌-୧୫ର ବିଜୟିନୀ ହୋଇଛନ୍ତି। ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ପହଞ୍ଚିବା ପରେ କରଣ କୁନ୍ଦ୍ରା ଓ ପ୍ରତୀକ ସହଜପାଳଙ୍କୁ ହରାଇ ବିଗ୍‌ବସ୍‌-୧୫ ଟ୍ରଫି ହାସଲ କରିଛନ୍ତି ତେଜସ୍ୱୀ ପ୍ରକାଶ। ବିଗ୍‌ବସ୍‌-୧୫ ତେଜସ୍ୱୀଙ୍କ ପାଇଁ ବଡ଼ ଭାଗ୍ୟଶାଳୀ ହୋଇଛି। ତେଜସ୍ୱୀ କେବଳ ୪୦ ଲକ୍ଷ ଟଙ୍କାର ପୁରସ୍କାର ପାଇ ନାହାନ୍ତି। ବରଂ ତାଙ୍କୁ ନାଗିନ ୬ରେ କାମ କରିବାକୁ ଅଫର ମିଳିଛି।

ଫିନାଲେରେ ଶ୍ରେଷ୍ଠ ୨ରେ ତେଜସ୍ୱୀ ଓ ପ୍ରତୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଶୋ’ରେ ଉପସ୍ଥିତ ସମସ୍ତ ଲୋକ ପ୍ରତୀକଙ୍କୁ ବିଜେତା ଭାବୁଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତୀକଙ୍କ ନାଁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଥର ଟ୍ରଫି ତେଜସ୍ୱୀଙ୍କ ପାଖକୁ ଚାଲିଯାଇଛି। ଫାଇାନଲ ମୁକାବିଲାରେ ପ୍ରତୀକଙ୍କୁ ହରାଇ ଚକ୍‌ମକ୍ କରୁଥିବା ଟ୍ରଫି ହାସଲ କରିଛନ୍ତି।

ବିଗ୍‌ବସ୍‌-୧୫ର ଟ୍ରଫି ଜିତିବା ପରେ ତେଜସ୍ୱୀ ପ୍ରକାଶ ଅଭିଭାବକଙ୍କ ସହିତ ନିଜର ପ୍ରଥମ ଫଟୋ ସେୟାର କରିଛନ୍ତି। କଳା ପୋଷାକରେ ବିଗ୍‌ବସ୍‌ର ଟ୍ରଫି ଧରି ତେଜସ୍ୱୀ ନିଜର ବାପା-ମା’ଙ୍କ ସହିତ ଦେଖାଯାଉଛନ୍ତି। ଫଟୋରୁ ଜଣାପଡୁଛି ଯେ, ସେ ନିଜ ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି।

ବିଗ୍‌ବସ୍‌-୧୫ ବିଜୟିନୀ ତେଜସ୍ୱୀ ପ୍ରକାଶ ପ୍ରଥମେ କଲର୍ସର ଶୋ’ ‘ସ୍ୱରଗିନୀ’ରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହି ଶୋ’ରେ ତାଙ୍କୁ ପରିଚୟ ଦେଇଛି। ଏହା ପରେ ସେ ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତରୋ କେ ଖିଲାଡି ସିଜନ-୧୦’ରେ ଦେଖାଯାଇଥିଲେ। ଶୋ”ରେ ସେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ବିଜୟୀ ହୋଇପାରି ନଥିଲେ।