ୱାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପରେ ଭାରତକୁ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଲଗାତାର ଦ୍ୱିତୀୟଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଛି । ଇଂଲଣ୍ଡର ଓଭାଲ ହେବାକୁ ଥିବା ଏହି ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ଚଳିତ ବର୍ଷ ଫାଇନାଲରେ ସର୍ବପ୍ରଥମେ ଅଷ୍ଟ୍ରେଲିଆ ନିଜ ସ୍ଥାନ ସୁରକ୍ଷିତ କରିଥିବାବେଳେ ଦ୍ୱିତୀୟ ସ୍ଥାନ ପାଇଁ ଭାରତ ଓ ଶ୍ରୀଲଙ୍କା ରେସରେ ଥିଲା । ଫାଇନାଲ ମ୍ୟାଚ ଜୁନ୍ ୭ରୁ ୧୧ ମଧ୍ୟରେ ଖେଳାଯିବ । ପାଣିପାଗ ଦୃଷ୍ଟିରୁ ଗୋଟିଏ ଦିନ ଅର୍ଥାତ୍ ଜୁନ୍ ୧୨କୁ ସୁରକ୍ଷିତ ରଖାଯାଇଛି ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଶ୍ରୀଲଙ୍କା ଟିମକୁ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ଜରୁରୀ ଥିଲା କିନ୍ତୁ ଏମିତି ହୋଇପାରିଲାନି । ଏକ ରୋମାଞ୍ଚକପୂର୍ଣ୍ଣ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ପଞ୍ଚମ ଦିନର ଶେଷ ବଲରେ ୨ଟି ୱିକେଟ ହରାଇଥିଲା । ଶ୍ରୀଲଙ୍କାର ଏହି ପରାଜୟର ଲାଭ ଭାରତକୁ ମିଳିଛି ।