କଟକ,ଏନ୍ଏନ୍ଏସ୍: ସମ୍ବଲପୁର ଓକିଲ ସଂଘର ୫୪ଜଣ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟିଯାଇଛି । ବାର କାଉନସିଲ ଅଫ୍ ଇଣ୍ଡିଆ ଏହି ନିଲମ୍ବନ ହଟାଇ ଦେଇଛନ୍ତି । ଭବିଷ୍ୟତରେ ଏପରି କିଛି କାର୍ଯ୍ୟକୁ ନ ଦୋହରାଇବା ନେଇ ସମସ୍ତ ୫୪ ଓକିଲଙ୍କୁ ୧୦ ଦିନ ମଧ୍ୟରେ ଅଣ୍ଡରଟେକିଂ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଓକିଲଙ୍କ କାର୍ଯ୍ୟକଳାପ ଉପରେ ଜିଲ୍ଲା ଜଜ୍ ନଜର ରଖିବେ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲଙ୍କ ଆନ୍ଦୋଳନରେ ସମ୍ପୃକ୍ତ ଓକିଲ ସାମିଲ ଥିଲେ ।