ପଡ଼ୋଶୀ ଦେଶ ସହିତ ହାତ ମିଶାଇଲା ଭାରତ, ବାୟୁସେନାକୁ ମିଳିବ ୭୦ ହଜାର ଏକେ-୧୦୩ ରାଇଫଲ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ତାଲିବାନ କବଜା କରିନେଇଥିବା ବେଳେ ଭାରତ ପାଇଁ ମଧ୍ୟ ଅଡୁଆ ବଢ଼ିଛି। ଏହାକୁ ଲକ୍ଷ କରି ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଭାରତ ସେନାକୁ ମଜଭୁତ କରୁଛି। ଗତ କିଛିମାସରେ ଭାରତୀୟ ସେନା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅର୍ଡର କରିଥିଲା। ଏହି ମଧ୍ୟରେ ଭାରତୀୟ ବାୟୁ ସେନା ମଧ୍ୟ ନିଜକୁ ଆହୁରି ମଜଭୁତ କରିବା ପାଇଁ ଅଣ୍ଟା ଭିଡ଼ିଛି।

ଭାରତୀୟ ବାୟୁସେନା ଏକ ନୂଆ ଚୁକ୍ତି ସ୍ୱାକ୍ଷର କରିଛି। ଯାହା ଦ୍ୱାରା ଋଷରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣାଯିବ। ଆସନ୍ତା କିଛି ମାସ ମଧ୍ୟରେ ଏହି ରାଇଫଲ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି। ଫଳରେ ଆତଙ୍କବାଦୀଙ୍କ ବିରୋଧରେ ମୁକାବିଲା କରିବାରେ ବାୟୁସେନାକୁ ଅଧିକ ସହଜ ହେବ। ଏହି ଚୁକ୍ତି ୩୦୦ କୋଟି ଟଙ୍କାରେ ହୋଇଛି।