ମୁମ୍ବାଇ: ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀ’ ଡିିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଫିଲ୍ମକୁ ଦର୍ଶକଙ୍କଠାରୁ ସେମିତି କିଛି ଖାସ୍ ରେସ୍ପନ୍ସ ମିଳିିନଥିଲେ ମଧ୍ୟ ରେକର୍ଡ ଭାଙ୍ଗବାରେ ସଫଳ ହୋଇଛି। ଡିସନୀ+ହଟଷ୍ଟାର ଭିଆଇପିରେ ଏହା ସବୁଠୁ ବଡ଼ ଅପନିଂ ମୁଭି ହୋଇପାରିଛି।
‘ଲକ୍ଷ୍ମୀ’ ଫିଲ୍ମ ତା’ ଶୀର୍ଷକ ଯୋଗୁ ରିଲିଜ ପୂର୍ବରୁ ଚର୍ଚ୍ଚାରେ ଥିଲା। ପ୍ରଥମେ ଫିଲ୍ମର ନାମ ‘ଲକ୍ଷ୍ମୀ ବମ୍ବ’ ଥିଲା କିନ୍ତୁ ବିବାଦ ପରେ ଏହାର ନାମ ‘ଲକ୍ଷ୍ମୀ’ ରଖାଗଲା। ସେନ୍ସର ବୋର୍ଡର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ, ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଲକ୍ଷ୍ମୀ’ ତାମିଲ ଫିଲ୍ମ ‘ମୁମୀ-୨: କଞ୍ଚନାର’ ରିମେକ୍। ଫିଲ୍ମଟି ନଭେମ୍ବର ୯ ତାରିଖ ଓଟିଟି ପ୍ଲାଟଫର୍ମ ଡିସନୀ+ହଟଷ୍ଟାର ଭିଆଇପିରେ ରିଲିଜ ହୋଇଛି।