Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇଷ୍ଟର୍ଣ୍ଣ ଫୋରମ୍ ଶୀର୍ଷସମ୍ମିଳନୀ, ରୁଷିଆକୁ ୧୦୦ କୋଟି ଡଲାର ଋଣ ଦେବ ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇଷ୍ଟର୍ଣ୍ଣ ଫୋରମ୍ ଶୀର୍ଷସମ୍ମିଳନୀ, ରୁଷିଆକୁ ୧୦୦ କୋଟି ଡଲାର ଋଣ ଦେବ ଭାରତ

ଭ୍ଲାଦିଭୋସ୍ତକ,ଏଜେନ୍ସି : ରୁଷିଆର ଭ୍ଲାଦିଭୋସ୍ତକ ଠାରେ ଇଷ୍ଟର୍ଣ୍ଣ ଫୋରମ୍ ଶୀର୍ଷ ସମ୍ମିଳନୀ(ଇଇଏଫ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ରୁଷିଆର ସୁଦୂର ପୂର୍ବ (ଫାର୍ ଇଷ୍ଟ୍)ର ବିକାଶ ଲାଗି ୧୦୦ କୋଟି ଡଲାର (୭୨ ହଜାର କୋଟି ଟଙ୍କା) ଋଣ ଯୋଗାଇଦେବ। ୫ମ ଇଇଏଫ୍ ସମ୍ମିଳନୀର ଖୋଲା ଅଧିବେଶନରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଏହି ଘୋଷଣା ଭାରତର ‘ପ୍ରାଚ୍ୟକୁ ଦୃଷ୍ଟି’ ନୀତିର ଏକ ବଳିଷ୍ଠ ପ୍ରମାଣ। ଆମର ଆର୍ଥିକ କୂଟନୀତିକୁ ଏହା ଏକ ନୂଆ ଦିଶା ଦେବ। ସେ କହିଛନ୍ତି, ରୁଷିଆର ପ୍ରାୟ ତିନି ଚତୁର୍ଥାଂଶ ଭୂଭାଗ ଏସିଆ ମହାଦେଶରେ ରହିଛି। ଏହି ଅଞ୍ଚଳରେ ଖଣିଜ ପଦାର୍ଥ, ତୈଳ ଓ ପ୍ରାକୃତିକ ବାଷ୍ପ ଭଳି ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଭରି ରହିଛି। ଭାରତ ଏବଂ ସୁଦୂର ପ୍ରାଚ୍ୟର ବହୁ ପୁରୁଣା ସମ୍ପର୍କ ରହିଛି। ଭ୍ଲାଦିଭୋସ୍ତକରେ ନିଜର ବାଣିଜ୍ୟିକ ଦୂତାବାସ ଖୋଲିବାରେ ଭାରତ ହେଉଛି ପୃଥିବୀରେ ପ୍ରଥମ ଦେଶ।

ମୋଦୀ କହିଲେ, ଭାରତରେ ଆମେ ‘ସବ୍କା ସାଥ୍, ସବ୍କା ବିକାଶ’ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ପାଇଁ ବ୍ରତୀ ହୋଇଛୁ। ଆମେ ୨୦୨୪ ସୁଦ୍ଧା ଆମର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରଖିଛୁ। ଇଇଏଫ୍ ସମ୍ମିଳନୀକୁ ମୋଦୀଙ୍କୁ ମୁଖ୍ୟଅତିଥି ଭାବେ ଆମନ୍ତ୍ରଣ କରାଯାଇ ଥିବାରୁ ସେ କହିଲେ, ଏହି ମହତ୍ୱପୂର୍ଣ୍ଣ ଅବସରକୁ ଆହୁରି ମହତ୍ୱପୂର୍ଣ୍ଣ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଆମନ୍ତ୍ରଣ ପାଇଁ ମୁଁ କୃତଜ୍ଞ। ସେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଆମନ୍ତ୍ରଣ ଜଣାଇଥିଲେ। ମୋର ଦୃଢ଼ ବିଶ୍ୱାସ ଯେ, ଆଜି ଏଠାରେ ଯେଉଁ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ଆଲୋଚନା କରାଗଲା, ତାହା ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ମୋଦୀ ଆହୁରି କହିଲେ, ରୁଷିଆର ଫାର୍ ଇଷ୍ଟ୍ ଅଞ୍ଚଳର ୧୧ ଗଭର୍ଣ୍ଣରଙ୍କୁ ଭାରତକୁ ଆମେ ଆମନ୍ତ୍ରଣ କରୁଛୁ। ଭାରତ-ରୁଷ୍ ସମ୍ପର୍କକୁ ଏକ ନୂଆ ସୋପାନରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଏକ ନୂଆ ଯୁଗର ସୂତ୍ରପାତ କରିବ। ଚେନ୍ନାଇ – ଭ୍ଲାଦିଭୋସ୍ତକ ମଧ୍ୟରେ ଜାହାଜ ଚଳାଚଳ କଲେ, ଭାରତ ଓ ରୁଷିଆ ମଧ୍ୟରେ ଭାଗୀଦାରୀ ବୃଦ୍ଧି ପାଇବ।

ଏହି ଅବସରରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ଜି-୭/ଜି-୮ ରାଷ୍ଟ୍ର ସମୂହର ବୈଠକ ଡାକିବା ପାଇଁ ରୁଷିଆ ପ୍ରସ୍ତୁତ ଅଛି। ଏହି ଗ୍ରୁପ୍ରେ ତୁର୍କୀ, ଭାରତ ଓ ଚୀନ୍କୁ ସାମିଲ ହେବାକୁ ଆମେ ଆମନ୍ତ୍ରଣ କରୁଛୁ। ଭାରତ କିମ୍ବା ଚୀନ୍ ବିନା ଏକ ଫଳପ୍ରଦ ଅନ୍ତର୍ଜାତୀୟ ସଂଗଠନର ପରିକଳ୍ପନା କରାଯାଇ ପାରିବ ନାହିଁ ବୋଲି ପୁଟିନ୍ କହିଛନ୍ତି। ଶିଳ୍ପସମୃଦ୍ଧ ରାଷ୍ଟ୍ର ଗୋଷ୍ଠୀ ଜି-୭ରେ ଭାରତ ସାମିଲ ହେବ କି ବୋଲି ପ୍ରଶ୍ନ ହେବାରୁ ମୋଦୀ ଏହାକୁ ଏଡ଼ାଇ ଯାଇଥିଲେ।