Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଣିକି ନିଶାଡ଼ି ଚାଳକଙ୍କୁ ଜୋରିମାନା ଓ ଜେଲଦଣ୍ଡ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଣିକି ନିଶାଡ଼ି ଚାଳକଙ୍କୁ ଜୋରିମାନା ଓ ଜେଲଦଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ନିଶାଡି ଚାଳକଙ୍କୁ ସାବଧାନ। ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଇଲେ ଭୋଗିବାକୁ ପଡିବ ଜେଲଦଣ୍ଡ। ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରା ଜଷ୍ଟିସ୍ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାରେ ୧୦ ପ୍ରତିଶତ ଦୁର୍ଘଟଣା ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ତାକୁ ପ୍ରତିହତ କରିବା ପାଇଁ ନିଶାସକ୍ତ ଯାନବାହନ ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମୋଟରଯାନ ଆଇନ-୧୯୮୮ର ଧାରା ୧୮୫ ଅନୁସାରେ ନିଶାସକ୍ତ ଅବସ୍ଥାରେ ଯାନବାହନ ଚାଳନା କରୁଥିବା ଲୋକଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବ। ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୯୮୬-୧୩/୦୮/୧୯ରେ ନିଶାସକ୍ତ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋଟର ଯାନ ଆଇନର ଅନୁଚ୍ଛେଦ ୨୦୨ ଓ ୨୦୩ ଅନୁସାରେ ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ।

ରାଜପଥ ସମେତ ଅନ୍ୟାନ୍ୟ ସଡ଼କପଥରେ ଥିବା ସମସ୍ତ ଟୋଲଗେଟ୍ରେ ନିଶାଡ଼ି ଯାନଚାଳକମାନଙ୍କୁ ତଦାରଖ କରାଯିବ। ଗିରଫ ହେବାର ୨ ଘଣ୍ଟା ମଧ୍ୟରେ ଜଣେ ପଞ୍ଜୀକୃତ ଚିକିତ୍ସାଧିକାରୀଙ୍କ ଜରିଆରେ ନିଶାଡ଼ିଙ୍କ ରକ୍ତ ପରୀକ୍ଷା ହେବ। ଆବଶ୍ୟକ ହେଲେ ମହିଳା ଚାଳକଙ୍କ ରକ୍ତ ପରୀକ୍ଷା ମହିଳା ଚିକିତ୍ସାଧିକାରୀଙ୍କ ଦ୍ୱାରା କରାଯିବ। ମାତ୍ର ସେହି ସମୟ ମଧ୍ୟରେ ସମ୍ପୃକ୍ତ ପୁଲିସ ଅଫିସର ଯାନକୁ ଛାଡ଼ିଦେବାର ବ୍ୟବସ୍ଥା କରିବେ।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ସତର୍କମୂଳକ ପରିବେଶ ସୃଷ୍ଟି କରାଯିବା ନିମନ୍ତେ ଜୋରିମାନା ସହିତ ଜେଲ୍ ଦଣ୍ଡ ଭୋଗିବାର ଥିବାରୁ ସଡ଼କ ଦୁର୍ଘଟଣାକୁ ବ୍ୟାପକ ଭାବେ ହ୍ରାସ କରାଯାଇପାରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।