ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଢାକାରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନକୁ ଭାରତ ୪-୩ରେ ହରାଇ ଦେଇଛି। ଭାରତ ପାଇଁ ହରମନପ୍ରୀତ ସିଂହ, ସୁମିତ, ବରୁଣ ଓ ଆକାଶଦୀପ ଗୋଟିଏ ଲେଖାଏଁ ଗୋଲ କରିଥିବାବେଳେ ପାକିସ୍ତାନ ଲାଗି ଅଫରାଜ, ଅବଦୁଲ ରାଣା ଓ ନଦୀମ ଗୋଲ୍ କରିଥିଲେ। ଉକ୍ତ ମ୍ୟାଚ୍ ପାଇଁ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂହଙ୍କୁ ‘ମ୍ୟାନ୍ ଅଫ ଦି ମ୍ୟାଚ’ ରୂପେ ବିବେଚିତ କରାଯାଇଥିଲା।