ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ୪୯୩ ରନରେ ଭାରତର ପାଳି ଘୋଷଣା

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୯୩ ରନରେ ପାଳି ଘୋଷଣା କରିଛି। ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୪୯୩ ରନ୍‌ ସଂଗ୍ରହ କରିଥିଲା। ଶନିବାର ୩ୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତ ପାଳି ଘୋଷଣା କରିଛି। ତେବେ ଏଥି ମଧ୍ୟରେ ବାଂଲାଦେଶ ପ୍ରଥମ ଇନିସରେ ୧୫୦ରନ୍ କରି ଅଲଆଉଟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ତୃତୀୟ ଇନିସ ଆରମ୍ଭ ହୋଇଛି।

ସ୍କୋର ବୋର୍ଡ:

ବାଂଲାଦେଶ ପ୍ରଥମ ଇନିଂସ୍ ୧୫୦ ଅଲ୍ଆଉଟ୍

ଭାରତ ପ୍ରଥମ ଇନିଂସ୍ ୪୯୩/୬ (୧୧୪ ଓଭର)

(ମୟଙ୍କ ଅଗ୍ରୱାଲ- କ୍ୟା. ଜାୟଦ ବୋ. ହସନ୍-୨୪୩, ରୋହିତ ଶର୍ମା- କ୍ୟା. ଦାସ ବୋ. ଜାୟଦ-୬, ଚେତେଶ୍ୱର ପୂଜାରା- କ୍ୟା. (ସବ୍) ବୋ. ଜାୟଦ-୫୪, ବିରାଟ କୋହଲି- ଏଲବିଡବ୍ଲ୍ୟୁ ବୋ. ଜାୟଦ-୦, ଆଜିଙ୍କ୍ୟ ରାହାଣେ- କ୍ୟା. ତଇଜୁଲ ବୋ. ଜାୟଦ-୮୬, ରବୀନ୍ଦ୍ର ଜାଡେଜା-ବ୍ୟାଟିଂ-୬୦, ରିଦ୍ଧିମାନ ଶାହା- ବୋ. ହୋସେନ୍-୧୨, ଉମେଶ ଯାଦବ-ବ୍ୟାଟିଂ-୨୫ ଅତିରିକ୍ତ-୭।

ୱିକେଟ୍ ପତନ: ୧/୧୪, ୨/୧୦୫, ୩/୧୧୯, ୪/୩୦୯, ୫/୪୩୨, ୬/୪୫୪।

ବୋଲିଂ ବିଶ୍ଳେଷଣ: ଏବାଦତ୍ ହୋସେନ୍: ୩୧-୫-୧୧୫-୧, ଆବୁ ଜାୟଦ: ୨୫-୩-୧୦୮-୪, ତଇଜୁଲ ଇସ୍ଲାମ: ୨୮-୪-୧୨୦-୦, ମେହଦୀ ହସନ୍: ୨୭-୦-୧୨୫-୧, ମହମ୍ମଦୁଲ୍ଲା: ୩-୦-୨୪-୦।