ସୀମା ବିବାଦର ସମାଧାନ ପାଇଁ ଭାରତ-ଚୀନର ୧୪ତମ ଆଲୋଚନା

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ୧୪ତମ ଆଲୋଚନା ଶେଷ ହୋଇଛି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ସୀମାର ୱେଷ୍ଟର୍ଣ୍ଣ ସେକ୍ଟରରେ ଏଲଏସିର ସ୍ଥିତିକୁ ନେଇ ଚର୍ଚ୍ଚା ହୋଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହିତ ଅକ୍ଟୋବର ୧୦ ତାରିଖରେ ଯେଉଁ ସିନିୟର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ତାହା ପରେ କ’ଣ ପରିବର୍ତ୍ତନ ହୋଇଛି ସେନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସେହିପରି ପୂର୍ବ ଲଦାଖରେ ବାକି ରହିଥିବା ଅନ୍ୟ ପ୍ରସଙ୍ଗକୁ ମଧ୍ୟ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶାନ୍ତି ଓ ସଦଭାବନା ସ୍ଥାପନ କରିବା ପାଇଁ ଆବଶ୍ୟକ ନିୟମ ଓ ଚୁକ୍ତି ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଉଭୟ ଦେଶ ଯଥାଶୀଘ୍ର ଆଗାମୀ କମାଣ୍ଡରସ୍ତରୀୟ ବୈଠକ କରିବା ନେଇ ମଧ୍ୟ ସହମତି ପ୍ରକାଶ କରିଛନ୍ତି।