Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଝାରସୁଗୁଡ଼ାରେ ୨୫ ରୂପାନ୍ତରିତ ହାଇସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଝାରସୁଗୁଡ଼ାରେ ୨୫ ରୂପାନ୍ତରିତ ହାଇସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ୨୫ଟି ରୂପାନ୍ତରିତ ବିଦ୍ୟାଳୟକୁ ଆଜି ବେଲପାହାଡ଼ସ୍ଥିତ ଗିରଧର ଲାଲ ହାଇସ୍କୁଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୫ଟି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ  ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ଅତ୍ୟାଧୁନିକ ବିଜ୍ଞାନ ଗୃହ, କ୍ରୀଡ଼ା  ଭିତ୍ତିଭୂମି ଆଦି ଉପଲବ୍ଧ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଏକଉତ୍ତମ ଭବିଷ୍ୟତ ଦେବା ପାଇଁ ୫ଟି ଅଧୀନରେ ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ପ୍ରଣାଳୀରେ ଶିକ୍ଷା ସହ କ୍ରୀଡ଼ା, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା ଓ ବିଭିନ୍ନ କ୍ଷେତ୍ରରେ ନୂତନ ଉଦଭାବନ ଦିଗରେ ଜ୍ଞାନ ଆରୋହଣ କରିପାରିବେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକରେ ୩ଟି, କିର୍ମିରା ବ୍ଲକରେ ୨ଟି, କୋଲାବିରା ବ୍ଲକରେ ୪ଟି, ଝାରସୁଗୁଡ଼ା ବ୍ଲକରେ ୪ଟି  ଓ ଝାରସୁଗୁଡ଼ା ପୌରପରିଷଦ ଅଂଚଳରେ ଗୋଟିଏ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଛି। ସେହିପରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକରେ ୫ଟି, ବ୍ରଜରାଜନଗର ପୌରପରିଷଦ ଅଂଚଳରେ ୪ଟି, ବେଲପାହାଡ଼ ପୌରପରିଷଦ ଅଂଚଳରେ ଗୋଟିଏ ଏବଂ ଝାରସୁଗୁଡ଼ା ବ୍ଲକରେ ଗୋଟିଏ ସ୍କୁଲର ରୂପାନ୍ତରୀକରଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ୨୫ଟି ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଥିବାବେଳେ ଆଗାମୀ ଦିନରେ ସମସ୍ତ ସ୍କୁଲର ରୂପାନ୍ତରୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ରୂପାନ୍ତରିତ ସ୍କୁଲର ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ  ନିଜ ଅଭିଭାଷଣରେ କହିଛନ୍ତି। ସେହିପରି ବିଦ୍ୟାଳୟ ରୂପାନ୍ତରୀକରଣ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲାପରିଷଦ ଚେୟାରମ୍ୟାନ ଲକ୍ଷ୍ମୀ ନାରାୟଣ ପଟେଲ, ବ୍ରଜାରଜନଗର ଓପିଏମ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସାଳିନୀ ତ୍ରିପାଠୀ ମଂଚାସୀନ ଥିବାବେଳେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଂଚ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ।