କୋଲକାତା,ଏଜେନ୍ସି: ପିଙ୍କ ବଲ ଟେଷ୍ଟର ପ୍ରଥମ ଇନିଂସରେ ଶେଷ ହୋଇଥିବାବେଳେ ଭାରତ ଅଗ୍ରଣୀ ଅଛି। ତେବେ ଶୁକ୍ରବାର କୋଲ୍କାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ଓ ଭାରତ ଦିବାରାତ୍ରି ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଂଲାଦେଶ ୧୦୬ରନ୍ କରି ଅଲଆଉଟ ହୋଇଥିବା ବେଳେ ଭାରତ ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଛି । ପୂଜାରା ଓ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏହି ରନ ସଂଗ୍ରହ କରିଛି। କୋହଲି ୫୯ ରନ କରି ଅପରାଜିତ ଥିବାବେଳେ ରାହାଣେ ୨୩ ରନ୍ କରି ଅପରାଜିତ ଅଛନ୍ତି।
![]()
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଇଶାନ୍ତ ଶର୍ମା ଗୋଲାପି ବଲରେ ପ୍ରଥମ ୱିକେଟ୍ ନେଇଥିବା ବେଳେ ମୋଟ ୫ଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ୟ୍ୟୟ ଘଟାଇଥିଲେ। ସଦମାନ ଇସଲାମ ସର୍ବାଧିକ ୨୯ ରନ କରିଥିବା ବେଳେ ଲିଟନ ଦାସ ୨୪ ଓ ନୟିମ୍ ୧୯ ରନ କରିଥିଲେ।
ସ୍କୋର ବୋର୍ଡ
ବାଂଲାଦେଶ ପ୍ରଥମ ଇନିଂସ୍ ୧୦୬ ଅଲ୍ଆଉଟ୍
(ଶଦ୍ମାନ୍ ଇସ୍ଲାମ-୨୯, ଇମ୍ରୁଲ କାଏସ୍-୪, ମୋମିନୁଲ ହକ୍-୦, ମହମ୍ମଦ ମିଥୁନ୍-୦, ମୁସ୍ଫିକର ରହିମ-୦, ମହମ୍ମଦୁଲ୍ଲା-୬, ଲିଟନ୍ ଦାସ-୨୪, ନୟୀମ ହସନ୍-୧୯, ଏବାଦତ ହୋସେନ୍-୧, ମେହଦୀ ହସନ୍ ମିରାଜ-୮, ଅଲ୍ ଅମୀନ୍ ହୋସେନ୍-୧, ଆବୁ ଜାୟଦ୍-୦, ଅତିରିକ୍ତ -୧୪
ୱିକେଟ୍ ପତନ: ୧/୧୫, ୨/୧୭, ୩/୧୭, ୪/୨୬, ୫/୩୮, ୬/୬୦, ୭/୭୩, ୮/୮୨, ୯/୯୮, ୧୦/୧୦୫
ବୋଲିଂ ବିଶ୍ଳେଷଣ: ଈଶାନ୍ତ ଶର୍ମା: ୧୨-୨୨-୫, ଉମେଶ ଯାଦବ: ୭-୨୯-୩, ମହମ୍ମଦ ଶାମି: ୧୦.୩-୩୬-୨, ରବୀନ୍ଦ୍ର ଜାଡେଜା: ୧-୫-୦)ଭାରତ ପ୍ରଥମ ଇନିଂସ୍ ୧୭୪/୩ (୧୯ ଓଭର)
(ମୟଙ୍କ ଅଗ୍ରୱାଲ-୧୪, ରୋହିତ ଶର୍ମା-୨୧, ଚେତେଶ୍ୱର ପୂଜାରା- ୫୫, ବିରାଟ କୋହଲି-ବ୍ୟାଟିଂ-୫୯, ଆଜିଙ୍କ୍ୟ ରାହାଣେ-ବ୍ୟାଟିଂ-୨୩, ଅତିରିକ୍ତ-୨
ୱିକେଟ୍ ପତନ: ୧/୨୬, ୨/୪୩, ୩/୧୩୭
ବୋଲିଂ ବିଶ୍ଳେଷଣ: ଅଲ୍ ଅମୀନ୍ ହୋସେନ୍: ୧୪-୪୯-୧, ଆବୁ ଜାୟେଦ:୧୨-୪୦-୦,ଏବାଦତ୍ ହୋସେନ୍: ୧୨-୬୧-୨, ତଇଜୁଲ୍ ଇସ୍ଲାମ: ୮-୨୩-୦)
