ମୁମ୍ବଇ,ଏଜେନ୍ସି: ଶେଷରେ ଅପେକ୍ଷାର ଅନ୍ତ ଘଟାଇ ମହାରାଷ୍ଟ୍ରରେ ବିଜେପି ଦଳର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ସେହିପରି ଏନ୍ସିପି ପାର୍ଟିର ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏ ନେଇ ରାଜ୍ୟପାଳ ଭଗତସିଂ କେଶ୍ୟାରୀ ଶନିବାର ସକାଳେ ଉଭୟ ନେତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି।

ପ୍ରାୟ ୧ମାସ ହେବ ଯେଉଁ ଛକାପଞ୍ଝା ଏବଂ କଳ୍ପନା ଜଳ୍ପନା ଲାଗିରହିଥିଲା ତାହାର ଅବସାନ ଘଟିଛି। ଆଶ୍ଚର୍ୟ୍ୟଜନକ ଭାବେ ଏନସିପି ସହଯୋଗରେ ରାଜ୍ୟରେ ସରକାର ଗଢ଼ିଛି ବିଜେପି। ତେବେ ୩ ସପ୍ତାହ ଧରି ଏନସିପି-ଶିବସେନା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସରକାର ଗଢ଼ିବା ନେଇ ଆଲୋଚନା ପର୍ୟ୍ୟାଲୋଚନା ଚାଲିଥିବାବେଳେ ଶନିବାର ସକାଳୁ ହଠାତ୍ ଏନସିପିର ଏଭଳି ୟୁ-ଟର୍ଣ୍ଣ ସମସ୍ତଙ୍କୁ ଚକ୍କିତ କରିଛି।
