୩୬ ରନରେ ଭାରତ ବିଜୟ, ସିରିଜ ୧-୧

ରାଜକୋଟ,ଏଜେନ୍ସି: ଭାରତ ଓ ଅଷ୍ଟ୍ରେଲିଆ ଶୁକ୍ରବାର ଗୁଜରାଟର ରାଜକୋଟ ଠାରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦିନିକିଆ ମ୍ୟାଚର ଦ୍ବିତୀୟ ସିରିଜ ଅନୁଷ୍ଠିତ ହୋଇଥିବା ବେଳେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ବରାବର କରିଛି।

ଏହି ମ୍ୟାଚରେ ଭାରତୀୟ ବୋଲରମାନେ ସୁନ୍ଦର ବୋଲିଂ କରିଥିଲେ। ଦଳର ସମସ୍ଥ ବୋଲର ଆଜି ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଦେଖାଯାଇଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି ନବଦୀପ ସାଇନି, ରବିନ୍ଦ୍ର ଜାଡେଜା ଓ କୂଳଦୀପ ଯାଦବ ଦୁଇଟି ଲାଖେ ୱିକେଟ ନେଇଥିଲେ। ଜଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିଲେ।

  • ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୦ୱିକେଟରେ ପରାସ୍ତ କରିଥିଲା। ଏହାର ଜବାବରେ ଦ୍ବିତୀୟ ମ୍ୟାଚକୁ ଭାରତ ଏକତରଫା ଭାବେ ହାତେଇ ନେଇଛି।