ରେଳମାର୍ଗର ଦୋହରୀ କରଣ କାର୍ଯ୍ୟ ପାଇଁ ଆସନ୍ତା ୨୪ରୁ ୩ ଟ୍ରେନ୍‌ ପ୍ରଭାବିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଗୁଁଟୁର ଓ ଗୁଁଟକାଲ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁର ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଓ ପୁରୀରୁ ଯଶୋବନ୍ତପୁର ଯାଉଥିବା ଗରିବ ରଥ ଏକ୍ସପ୍ରେସ ପ୍ରଭାବିତ ହେବ। ଭୁବନେଶ୍ୱର-ବେଙ୍ଗାଲୁରୁର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ(୧୮୪୬୩/୧୮୪୬୪) ଜାନୁଆରି ୨୭ରୁ ଫେବୄଆରି ୪ ମଧ୍ୟରେ ଭୁବନେଶ୍ୱରଠାରୁ ଓ ଜାନୁଆରି ୨୬ରୁ ଫେବୄଆରି ୪ ମଧ୍ୟରେ ବେଙ୍ଗାଲୁରୁ ଠାରୁ ଏହାର ନିର୍ଧାରିତ ମାର୍ଗ କ୍ରୀଷ୍ଣାକେନାଲ-ଗୁଁଟୁର-ଗୁଁଟକାଲ-ଧର୍ମାବରମ ପରିବର୍ତ୍ତେ କ୍ରୀଷ୍ଣାକେନାଲ-ଗୁଡ଼ୁର-ରେଣିଗୁଣ୍ଟ-ମେଲପାକକମ-କାଟପାଡି-ଜୋଲାରପେଟଟାଇ ମାର୍ଗରେ ଯାତ୍ରା କରିବ।

ସେହିପରି ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ (୨୨୮୮୩/ ୨୨୮୮୪) ପୁରୀଠାରୁ ଜାନୁଆରି ୩୧ ଓ ଯଶୋବନ୍ତପୁରରୁ ଫେବ୍ରୁଆରି ପହିଲା ଦିନ ପରିବର୍ତ୍ତିତ ମାର୍ଗ କ୍ରୀଷ୍ଣାକେନାଲ-ଗୁଡ଼ୁର-ରେଣିଗୁଣ୍ଟା-ମେଲପାକ୍କମ-କାଟପାଡି-ଜୋଲାରପେଟଟାଇ ମାର୍ଗରେ ଚାଲିବ। ଏହାବ୍ୟତୀତ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଯୁଜୁମୁରା-ଚାରମାଳ ଓ ବଇଣ୍ଡା-ଜରପଡା ଷ୍ଟେସନ ମଧ୍ୟରେ ରେଳଧାରଣା ତଳେ ଉପମାର୍ଗ ନିର୍ମାଣ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ(୫୮୧୩୧/୫୮୧୩୨)କୁ ଉଭୟ ଦିଗରୁ ଆସନ୍ତା ୨୪ ତାରିଖ ଦିନ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।