ବିଶ୍ୱକପ ଦଳ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିଶ୍ୱକପ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅନୁଭବୀ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏହି ଟିମରେ ବିରାଟ କୋହଲୀ, ଶ୍ରେୟସ ଅୟର, କେଏଲ ରାହୁଲ, ଶୁଭମନ ଗିଲ, ସୂର୍ଯ୍ୟ କୁମାର ଯାଦବ, ଇଶାନ କିଶନ, ରବିନ୍ଦ୍ର ଜାଡ଼େଜା, ଜସପ୍ରୀତ ବୁମରାହ, ମୋହମ୍ମଦ ସିରାଜ, କୁଲଦୀପ ଯାବଦ, ମୋହମ୍ମଦ ସାମି, ଅକ୍ଷର ପଟେଲ ଓ ଶାର୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି ।