‘ଯବାନ’ ରିଲିଜ ପୂର୍ବରୁ ଭେଙ୍କଟେଶ ମନ୍ଦିର ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ‘ଯବାନ’କୁ ହିଟ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁନାହାନ୍ତି । କେତେବେଳେ ସନି ଦେଓଲଙ୍କ ସହ ସବୁ ଶତ୍ରୁତାକୁ ଭୁଲି ବନ୍ଧୁତାର ହାତ ବଢ଼ାଉଛନ୍ତି ତ ପୁଣି କେତେବେଳେ ବୈଷ୍ଣବ ଦେବୀଙ୍କ ଦର୍ଶନ କରୁଛନ୍ତି । ଏହିକ୍ରମେ ଶାହରୁଖ ଅଭିନେତ୍ରୀ ନୟନତାରା ଓ ଝିଅ ସୁହାନା ଖାନଙ୍କ ସହ ଆନ୍ଧ୍ରପ୍ରଦେଶର ଭେଙ୍କଟେଶ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଶାହରୁଖଙ୍କ ଭେଙ୍କେଟେଶ୍ୱର ମନ୍ଦିର ଦର୍ଶନ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ସେପ୍ଟେମ୍ବର ୭ରେ ଥିଏଟରରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ଫ୍ୟାନ ଖୁବ୍ ଉତ୍ସାହିତ ଅଛନ୍ତି । ସେକନିଲ୍କ ଅନୁସାରେ ୨ ଦିନରେ ଫିଲ୍ମର ୪ ଲକ୍ଷରୁ ଅଧିକ ଟିକେଟ ବୁକ୍ ହୋଇଯାଇଛି ।