ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ ମ୍ୟାଚ୍ ଆଜି

ନୂଆଦିଲ୍ଲୀ,ଏଜେନ୍ସି: ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମକୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ। କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ।

ଭାରତୀୟ କ୍ରିକେଟ ଟିମର ଅଧିକାଂଶ ବରିଷ୍ଠ ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି। ସେଠାରେ ୫ ମ୍ୟାଚର ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଅଛି। ଫଳରେ ଯୁବ କ୍ରିକେଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଆଶା କରାଯାଉଛି ଯେ, ଶିଖର ଧୱନଙ୍କ ସହ ପୃଥ୍ୱୀ ଓ ଓପନିଂ କରିବେ। ଏଥି ସହିତ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ଭାରତୀୟ ଟିମରେ ଏଭଳି ୬ ଜଣ ଖେଳାଳି ଅଛନ୍ତି। ଯେଉଁମାନେ କି ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରୁଛନ୍ତି। କିନ୍ତୁ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ କହିଛନ୍ତି ଯେ, ଏହି ଗସ୍ତରେ ଯେକୌଣସି ଖେଳାଳିଙ୍କୁ ସୁଯୋଗ ଦେବା ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦିଓ ଶ୍ରୀଲଙ୍କା ଟିମ ସେତେ ଶକ୍ତିମାନ ଦେଖାଯାଉ ନାହିଁ, କିନ୍ତୁ ଟିମ ଇଣ୍ଡିଆକୁ ସତର୍କ ରହିବାର ଆବଶ୍ୟକତା ଅଛି।

ସମ୍ଭାବିତ ଭାରତୀୟ ଟିମ୍‌: ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ସ, ସଞ୍ଜୁ ସାମସନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଦୀପକ ଚାହର, ନଭଦୀପ ସଇନି।