ଗାଜିଆବାଦରେ ପିପିଇ କିଟ ଉତ୍ପାଦନ କରୁଥିବା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୪ ଆହତ

ଗାଜିଆବାଦ,ଏଜେନ୍ସି: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଗାଜିଆବାଦର ଥାନା ଲିଙ୍କ ରୋଡର ଶିଳ୍ପାଞ୍ଚଳରେ ଥିବା ମାସ୍କ ଓ ପିପିଇ କିଟ୍ ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ଘଟିଛି।

କାରଖାନାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସୂଚନା ଅନୁସାରେ ସାହିବାବାଦ ଓ ବୈଶାଳୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୧୪ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଏବଂ ଅନ୍ୟ ୯ ଜଣଙ୍କୁ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।