ଚୀନ-ଭାରତ ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ଅଛି: ନରୱଣେ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍ ଓ ଭାରତର ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କଥା ଶନିବାର ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି। ନରୱଣେଙ୍କ ସୂଚନା ଅନୁସାରେ ସମସ୍ତରୀୟ ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ଶୁକ୍ରବାର ଦିନ ପୂର୍ବ ଲଦାଖରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଚାଲିଥିଲା। ମେ ୫ ଓ ୬ ତାରିଖ ଦିନ ପାନଙ୍ଗୋଙ୍ଗ୍ ସୋ ନିକଟରେ ଦୁଇ ଦେଶର ପାଟ୍ରୋଲ୍ ଟିମ୍‌ଙ୍କ ମଧ୍ୟରେ ବିବାଦ ହୋଇଥିବା ବିବାଦର ସମାଧାନ ପାଇଁ ଏହି ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ଚୀନ୍ ଓ ଭାରତ ମଧ୍ୟରେ ଦେଖା ଦେଇଥିବା ମତପାର୍ଥକ୍ୟର ସମାଧାନ ହୋଇଥିଲା। ବର୍ତ୍ତମାନ ସବୁ ନିୟନ୍ତ୍ରଣାଧୀନ ରହିଛି।