ଦିନକରେ ଡବଲ ସେଞ୍ଚୁରୀ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକରେ ସର୍ବାଧିକ ୨୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ଚିହ୍ନଟ ହୋଇଥିବା୧୬ଟି ଜିଲ୍ଲାରୁ ୨୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୨, ଗଞ୍ଜାମରୁ ୨୦ଜଣ, ଖୋର୍ଦ୍ଧାରୁ ୧୯, ପୁରୀ ଓ କନ୍ଧମାଳରୁ ୧୫ଜଣ ଲେଖାଏଁ, ଜଗତସିଂହପୁରରୁ ୧୩ ଜଣ, ବଲାଙ୍ଗିରରୁ ୧୨ଜଣ, ମୟୁରଭଞ୍ଜରୁ ୯ଜଣ, ନୟାଗଡ଼ ଓ ଢ଼େଙ୍କାନାଳରୁ ୭ଜଣ  ଲେଖାଏଁ, ଭଦ୍ରକରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୩ଜଣ, ବାଲେଶ୍ୱରରୁ ୨ଜଣ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୨୯ଜଣ ସ୍ଥାନୀୟ ଲୋକ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଂଚିଥିବାବେଳେ ୨୪୭୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୩୬ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।