ରୁଷିଆକୁ ମଧ୍ୟ ସମର୍ଥନ ନାହିଁ, ୟୁଏନ୍‌ଏସ୍‌ସିରେ ଅନୁପସ୍ଥିତ ରହିଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ ୟୁକ୍ରେନ୍‌ରେ ମାନବୀୟ ସଂକଟ ଉପରେ ରୁଷିଆର ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଦୂରରେ ରହିଛି। ଭାରତ ଏହି ଯୁଦ୍ଧ ଠାରୁ ନିବୃତ୍ତ ରହିଛି। ଅର୍ଥାତ ଯୁଦ୍ଧକୁ ଭାରତ ସମର୍ଥନ କରିନାହିଁ। ଏହା ପୂର୍ବରୁ ମଧ୍ୟ ଭାରତ ୟୁଏନ୍‌ରେ ୟୁକ୍ରେନ୍ ପ୍ରସଙ୍ଗରେ ରୁଷିଆ ବିରୋଧରେ ପଶ୍ଚାତ୍ୟ ଦେଶଗୁଡ଼ିକର ପ୍ରସ୍ତାବ ଠାରୁ ଦୂରରେ ରହିଥିଲା।

ଭାରତ ସମେତ ମୋଟ ୧୩ଟି ଦେଶ ରୁଷିଆର ପ୍ରସ୍ତାବ ଉପରେ ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି। ରୁଷିଆ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାରୁଷର ସମର୍ଥନ ଉପସ୍ଥାପନ କରିଛି। କିନ୍ତୁ ଏହା ପାସ ହୋଇପାରି ନାହିଁ। କାରଣ ଏହାକୁ ପାସ କରିବା ପାଇଁ ୯ଟି ଦେଶର ସମର୍ଥନ ଆବଶ୍ୟକତା ଥିଲା।

ରୁଷିଆ ଓ ଚୀନ ଏହି ପ୍ରସ୍ତାବର ସମର୍ଥନରେ ଭୋଟ ଦେଇଥିଲା। ଭାରତ ଓ ସୁରକ୍ଷା ପରିଷଦର ବାକି ସଦସ୍ୟ ଭୋଟିଂରେ ଅଂଶଗ୍ରହଣ କରି ନଥିଲେ। ୟୁଏନ୍‌ର ସ୍ଥାୟୀ ସଦସ୍ୟ ୧୫ ସଦସ୍ୟଙ୍କ ପରିଷଦରେ ପ୍ରସ୍ତାବ ଉପସ୍ଥାପନ କରିଥିଲା। ପ୍ରସ୍ତାବରେ ରୁଷିଆ ମହିଳା, ଶିଶୁ ଓ ମାନବୀୟ କର୍ମୀ ସମେତ ସମସ୍ତ ନାଗରିକଙ୍କୁ ସୁରକ୍ଷିତ କରିବା, ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ରାଜନୀତିକ ଆଲୋଚନା, ମଧ୍ୟସ୍ଥତା ଓ ଅନ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ପାଇଁ ଅପିଲ କରିଥିଲା।