୨୧୩ ରନରେ ଟଳି ପଡ଼ିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ସୁପର ୪ ମ୍ୟାଚରେ ଶ୍ରୀଲଙ୍କୀୟ ସ୍ପିନର ଭାରତକୁ ୨୧୩ ରନରେ ସୀମିତ କରିବାରେ ସଫଳ ହୋଇଛନ୍ତି । ଭାରତର ପାଳି ସରିବାର କିଛି ସମୟ ପୂର୍ବରୁ ବର୍ଷା ହୋଇଥିଲା । ମ୍ୟାଚ ରୋକାଯିବା ସମୟରେ ଭାରତ ୪୭ ଓଭରରେ ୯ ୱିକେଟ ହରାଇ ୧୯୭ ରନ୍ ହାସଲ କରିଥିଲା । ସେତେବେଳେ ଅକ୍ଷର ପଟେଲ ୧୫ ଓ ମହମ୍ମଦ ସିରାଜ ୨ ରନ୍ କରି କ୍ରିଜରେ ରହିଥିଲେ । ଏହାସହ ଖେଳ ସରିବା ସୁଦ୍ଧା ଅକ୍ଷର ୨୬ ରନ୍ କରି ଆଉଟ ହୋଇଥିବାବେଳେ ସିରାଜ ୫ ରନରେ ଅପରାଜିତ ରହିଥିଲେ ।

ସୂଚନାଯୋଗ୍ୟ, ଆଜିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୩ ରନ୍ ହାସଲ କରିଛନ୍ତି । ରୋହିତଙ୍କ ପରେ କେଲଏ ରାହୁଲ (୩୯) ଓ ଇଶାନ କିଶନ ୩୩ ରନ୍ କରିଛନ୍ତି ।