୨୦ ବର୍ଷୀୟ ସ୍ପିନର ଦୁନିଥ ବେଲାଲଗେଙ୍କ ସମ୍ମୁଖରେ ଭାରତର ଅଧା ଟିମ୍ ଘାଇଲା

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧୀ ମ୍ୟାଚରେ ଭାରତ ଗତକାଲି ଧୂଆଁଦାର ବ୍ୟାଟିଂ କରିଥିବାବେଳେ ଆଜି ଶ୍ରୀଲଙ୍କା ସାମ୍ନାରେ ଧରାଶାୟୀ ହୋଇଯାଇଛି । ଆଉ ଏହା ପଛରେ ମାତ୍ର ୨୦ ବର୍ଷୀୟ ଘାତକ ଲେଫ୍ଟ ଆର୍ମ ସ୍ପିନର ଦୁନିଥ ବେଲାଲଗେ ରହିଛନ୍ତି। କେବଳ ବେଲାଲଗେ ହିଁ ଭାରତର ୫ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ବେଲାଲଗେ ଶୁଭମନ ଗିଲ(୧୯), ବିରାଟ କୋହଲୀ(୩), ରୋହିତ ଶର୍ମା(୫୩), କେଏଲ ରାହୁଲ (୩୯) ଓ ହାର୍ଦ୍ଦିକ ପାଣ୍ଡ୍ୟା(୫)ଙ୍କୁ ପାଭିଲିୟନ ରାସ୍ତା ଦେଖାଇବାରେ ସଫଳ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦୁନିଥ ବେଲାଲଗେ ୨୦୨୨ ଜୁନ୍ ୧୪ରେ ଅଷ୍ଟ୍ରେଲିଆ ବିରୋଧରେ ପଲ୍ଲେକଲରେ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ପାଇଁ ବର୍ତ୍ତମାନ ସୁଦ୍ଧା ୧୩ଟି ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୧୮ଟି ୱିକେଟ ହାସଲ କରିଛନ୍ତି ।