ୱେଷ୍ଟ ଇଣ୍ଡିଜ ଓ ଭାରତ ପ୍ରଥମ ଦିନିକିଆ: ଭାରତର ରୋମାଞ୍ଚକର ବିଜୟ, ୩ ରନରେ ହାରିଲା ୱେଷ୍ଟ ଇଣ୍ଡିଜ

ପୋର୍ଟ ଅଫ ସ୍ପେନ,ଏଜେନ୍ସି: ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ୩ ରନରେ ୱେଷ୍ଟ ଇଣ୍ଡିଜକୁ ହରାଇଲା ୧-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ଶେଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଛି ଦଳ । ୱେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲାସ ପୋରନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତ । ଦଳ ୫୦ ଓଭରରେ ୭ ୱିକେଟ ହରାଇ ୩୦୮ ରନ ସଂଗ୍ରହ କରିବା ସହ ବିପକ୍ଷ ଦଳକୁ ୩୧୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୦୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଓ୍ବେଷ୍ଟ ଇଣ୍ଡିଜ ।

ଭାରତୀୟ ଦଳ ପକ୍ଷରୁ ଶେଖର ଧାଓ୍ବନ ୯୭ ରନ କରି ଶାମରାହ ବ୍ରୁକ୍ସଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ଶୁବମନ୍ ଗିଲ ୬୪, ଶ୍ରେୟାସ ସର୍ବାଧିକ ୫୪ ରନ କରି ପାଭିଲିୟନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର‌୍ୟ୍ୟକୁମାର ଯାଦବ ୧୩, ସଞ୍ଜୁ ସାମସନ ୧୨, ଅକ୍ଷର ପଟେଲ ୨୧ ଦୀପକ ହୁଡ୍ଡା ୨୭ ରନ କରି ଆଉଟ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଓ୍ବେଷ୍ଟ ଇଣ୍ଡିଜ ଦଳ ପକ୍ଷରୁ ସର୍ବାଧିକ କୈଲେ ମାୟରସ ୭୫, ବ୍ରାଣ୍ଡନ କିଙ୍ଗ ୫୪ ଓ ଶାମରାହ ବ୍ରୁକ୍ସ ୪୬ରନ କରିଥିଲେ ।