ଭାରତ ବନାମ ଇଂଲଣ୍ଡ ୫ମ ଟେଷ୍ଟ: ଜସ୍‌ପ୍ରିତ୍‌ ବୁମରା ଅଧିନାୟକ, ଋଷଭ ପନ୍ଦ ଉପ ଅଧିନାୟକ

ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୩୫ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ହେବେ ଜଣେ ଦୃତ ବୋଲର୍‌। ଭାରତ ବନାମ ଇଂଲଣ୍ଡର ୫ମ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ଭାବେ ଜସ୍‌ପ୍ରିତ୍‌ ବୁମରା ଦାୟିତ୍ବ ତୁଲାଇବେ। ଏନେଇ ବିସିସିଆଇ ଗୁରୁବାର ଘୋଷଣା କରିଛି। ଏହି ଟିମ୍‌ର ଉପ ଅଧିନାୟକ ଦାୟିତ୍ବରେ ରହିବେ ଋଷଭ ପନ୍ତ। ଭାରତ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ଥର ପାଇଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରୋହିତ ଶର୍ମା ଏହି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି।

ଅନ୍ତିମ ପେସ୍‌ ବୋଲର ଭାବେ ୩୫ ବର୍ଷ ତଳେ କପିଲ୍‌ ଦେବ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଦାୟିତ୍ବ ତୁଲାଇବେ। ତାଙ୍କ ପରଠାରୁ ଭାରତୀୟ ଦଳରେ କୌଣସି ବୋଲର୍‌ ଅଧିନାୟକ ଦାୟିତ୍ବ ତୁଲାଇ ନଥିଲେ।

ଏଥିସହିତ ବୁମରା ୩୬ ତମ ଅଧିନାୟକ ହୋଇଛନ୍ତି ଯିଏକି ବଡ଼ ମ୍ୟାଚ୍‌ର ମଙ୍ଗ ଧରିବେ। ବୁମରା ଏପର୍ଯ୍ୟନ୍ତ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୧୨୩ଟି ଓ୍ବିକେଟ୍‌ ହାସିଲ କରିଛନ୍ତି। ତେବେ ବୁମରାଙ୍କ ପାଇଁ ଏହି ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ବ ପୂର୍ଣ୍ଣ ରହିବ।