୧.୯୭ କୋଟି କରଦାତାଙ୍କୁ ଆୟକର ରିଫଣ୍ଡ୍‌

ନୂଆଦିଲ୍ଲୀ,ଏଜେନ୍ସି: ୧, ଏପ୍ରିଲ୍ ୨୦୨୧ରୁ ୧୪, ଫେବୃଆରୀ ୨୦୨୨ ସୁଦ୍ଧା ଆୟକର ବିଭାଗ ୧.୯୭ କୋଟି କରଦାତାଙ୍କୁ ୧.୭୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରିଫଣ୍ଡ କରିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଟ୍ୱିଟ୍ କରି ସୂଚନା ଦେଇଛି। ବ୍ୟକ୍ତିଗତ ଆୟକର ବର୍ଗରେ ୬୨,୨୩୪ କୋଟି ଓ କର୍ପୋରେଟ୍ କର ବର୍ଗରେ ୧.୦୮ ଲକ୍ଷ କୋଟି ଟଙ୍କା ରିଫଣ୍ଡ୍ କରାଯାଇଛି। ଅପରପକ୍ଷରେ ୪.୫୦ କୋଟିରୁ ଊର୍ଦ୍ଧ୍ୱ ଆଇଟିଆର୍ ପ୍ରୋସେସ୍ କରାଯାଇଥିବା ବେଳେ ୨୦୨୦-୨୧ ପାଇଁ ମୋଟ ୬.୨୬ କୋଟି ଆଇଟିଆର୍ ଦାଖଲ କରାଯାଇଛି।