ଭଦ୍ରକ,ଏନ୍ଏନ୍ଏସ୍: ରାଜ୍ୟ ସରକାର ଚାଷୀ ମାରଣ ନୀତିରେ ରହିଛନ୍ତି। ଚାଷୀ ତାର ଧାନ ଅମଳ କରି ମଣ୍ଡିକୁ ଧାନ ଆଣିବା ପାଇଁ ଲାଗିଗଲା ଏକ ମାସରୁ ଉର୍ଦ୍ଧ୍ବ ସମୟ। ଡିସେମ୍ବର ମାସରୁ ଧାନ କଟା ଶେଷ ହୋଇଥିଲେ ମଧ୍ୟ ଚାଷୀର ଧାନ ଉଠାଇଲା ନାହିଁ ସରକାର। ଧାନ ଉଠାଇବା ପାଇଁ ଟୋକନ୍ ଦେବାରେ ବେଶ୍ କିଛି ଦିନ ବିଳମ୍ବ କରାଗଲା। ଚାଷୀ ଟୋକନ ପାଇବା ବେଳେକୁ ୩୦ ପ୍ରତିଶତ ଧାନ ଜିଲ୍ଲାର ବହାର ରାଜ୍ୟର ଦଲାଲଙ୍କ ହାତକୁ ପଳାଇଗଲା। ୧୫ ଶହ ଟଙ୍କା କୁଇଣ୍ଟାଲରେ ଜିଲ୍ଲାର ୩୦ ପ୍ରତିଶତ ଧାନ ଆଗୁଆ ଦଲାଲ ଉଠାଇ ଦେଲେ । ବଳକା ରହିଥିବା ୭୦ ପ୍ରତିଶୟତ ଧାନ ଚାଷି ମଣ୍ଡିରେ ଦେବାକୁ ସରକାର ପାଗ ଭିଡୁ ଭିଡୁ ଚାଷୀ ଏକ ରକମ ଅଧା ଶୋଷଣର ଶୀକାର ହୋଇଗଲେ। ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ଅନଲାଇନ୍ ରେ ଟୋକନ ଇସ୍ୟୁ କରାଯାଇ ମେସେଜ ପଠାଯାଇଥିଲେ ମଧ୍ୟ ଚାଷୀ ଟୋକନ ପାଇବାର ଏକ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଧାନ ଉଠାଉ ନାହାନ୍ତି ସମବାୟ ସମିତି ଓ ଏସଏଜି ଗୃପ୍। ଜଣେ ଜଣେ ଚାଷୀ ସକାଳୁ ଆସି ମଣ୍ଡି ଆଗରେ ଠିଆ ହୋଇ ସଂଧ୍ୟାରେ ଘରକୁ ଫେରୁଛି।
ତଥାପି ତାର ଧାନ ଅନ ଲାନ୍ ରେ ବିକ୍ରି ହୋଇ ପାରୁ ନାହିଁ। ସମବାୟ ସମିତିକୁ ଆସି ଚାଷୀ ବାୟୋମେଟ୍ରିକ ମେସିନରେ ନିଜର ଆଖି ଦେଖାଇ ନାମ ପଂଜିକରଣ କରିବାର ସୁଯୋଗ ମିଳୁ ନାହିଁ। ଇଣ୍ଟରନେଟ୍ ଫେଲ୍ ଯୋଗୁଁ ଚାଷୀଙ୍କର ବାୟୋମେଟ୍ରିକ୍ ମେସିନ୍ ରେ ନାମ ପଂଜିକରଣ କରିବା ସମ୍ଭବ ହେଉ ନାହିଁ। ଏଣ୍ଟରନେଟ୍ ଫେଲର ଆଳରେ ଦିନ ଦିନ ଧରି ବିତିଯାଉଛି । ସମବାୟ ସମିତି ଆଗରେ ଅପେକ୍ଷା କରି କରି ଚାଷୀ ହତାଶ ହୋଇ ଘରକୁ ଫେରୁଛି।
ଏବେ କିଛି ଚାଷୀଙ୍କର ଟୋକନ ଲାପସ୍ ସେବାକୁ ବସିଥିବା ବେଳେ ସେମାନଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି ହୋଇ ପାରି ନାହିଁ। ଏଭଳି ଅଭିଯୋଗ କାଉପୁର, ଦୈସିଂ, ଚଢିଆ, ଆମ୍ରୋଳି, ନାଲଗରା, ବିଷ୍ଣୁପୁର, ଚୂଡାକୁଟି, ବନ୍ଧଟିଆ,ରାଧାବଲ୍ଲପୁର, ତିହିଡି, ବାରସର, ପାଳିଆ, ଇରମ, ସରମରା, କାଦବରାଙ୍ଗ, ପୁରୁଷଣ୍ଢ, ଦକ୍ଷିଣବାଡ, ବସନ୍ତିଆ, ଅଡାଳପଙ୍କ, ଆଡିଆ, ବାଙ୍କତିରା, ଓଡଙ୍ଗ, ବିରିଡି, ଅଣିଜ, ଚାରିଘରିଆ, ଚକ୍ରାୟପାଢୀ, ବଡମହିଷିଗୋଠ, ଭଗାରାମ, ବନ୍ତଳା, ଗଣିଜାଙ୍ଗ, ଝୁଆଳସିଂହ, ସେଣ୍ଢତୀରା, କେନ୍ଦୁଆପଦା, ଗୋବିନ୍ଦପୁର, ନିଳୋକ, ବନ୍ତ, ଟିଲୋ, ଆପଣ୍ଡା, ପଦନପଡା, ତୋଡଙ୍ଗା, ବାରିକପୁର, ବହୁଦରଡା, ମାଳଦା, ଶୋଳମପୁର, ଅର୍ଣ୍ଣପାଳ, ସାବରଙ୍ଗ, ନଳାଙ୍ଗ, ଗେଲପୁର, ବିଭୁତିପୁର, ଏରଡା , ଜଳମଣ୍ଡୁଆ, ପାଇମହୁରା, ସାତଭଉଣୀ, ପୀରିପୁର , କୋରକୋରା ଆଦି ଅଞ୍ଚଳର ବହୁ ଚାଷୀ ସେମାନଙ୍କର ଧାନ ଦେଇ ମଧ୍ୟ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ଧାନ ଟଙ୍କା ନମିଳିଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।