ୟୁପିରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲା ଅନ୍ତର୍ଗତ ରସୋଲାବାଦ ଗାଁରେ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଛି ବୋଲି ଶନିବାର ପୁଲିସ ପକ୍ଷରୁ କୁହାଯାଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଗୁରୁବାର ରାତିରେ ଦଳେ ଲୋକ ଏଭଳି ଭଙ୍ଗାରୁଜା କରିଥିଲେ।

ସମ୍ପୃକ୍ତ ଭାରପ୍ରାପ୍ତ ପୁଲିସ ଅଧିକାରୀ ଅନୀଲ କୁମାର ଏହି ଘଟଣାରେ ୮ ଜଣଙ୍କ ବିରୋଧରେ ଏତଲା ରୁଜୁ କରି ଅନୁସନ୍ଧାନ ଚଳାଇଛନ୍ତି। ଏଥିଯୋଗୁଁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ଏକେ ଗୋଣ୍ଡ କହିଛନ୍ତି। ପ୍ରତିମୂର୍ତ୍ତି ଭଙ୍ଗାରୁଜାର ସଠିକ କାରଣ ସ୍ପଷ୍ଟ ହୋଇନାହିଁ।