ନୂଆଦିଲ୍ଲୀ: ଭାରତୀୟ ସେନା ପୁଲୱାମା ଆକ୍ରାମଣର ଦ୍ୱିତୀୟ ବର୍ଷରେ ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ଫେଲ୍ ମାରିଛି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଜମ୍ମୁରୁ ୭ କିଲୋ ଆରଡିଏକ୍ସ ଜବତ ହୋଇଛି। ଆଉ ଜମ୍ମୁ ପୁଲିସ ଜଣକୁ ଗିରଫ କରିଛି। ପୁଲୱାମା ଆକ୍ରମଣ ପାକିସ୍ତାନ ଷଡ଼ଯନ୍ତ୍ରର ଏକ ଉଦାହରଣ। ଏହି ଷଡ଼ଯନ୍ତ୍ର ଅନ୍ତର୍ଗତ ଜୈଶ-ଏ-ମହମ୍ମଦ ନିଜ ଆତଙ୍କବାଦୀଙ୍କୁ ଅଲକାୟଦା, ତାଲିବାନ ଓ ଆଫଗାନିସ୍ତାନରେ ପ୍ରସ୍ତୁତ ହୋଇଥିବା ଟ୍ରେନିଂ କ୍ୟାମ୍ପରେ ହଥିୟାର ଓ ଗୋଳାବାରୁଦ ଚାଳନାର ଟ୍ରେନିଂ ଦେଉଥିଲା।