ଥମୁନି ହାତୀ ମୃତ୍ୟୁ: କର୍ଲାପାଟରେ ଆଉ ଏକ ହାତୀ ମୃତ

ଭବାନୀପାଟଣା,ଏନ୍ଏନ୍ଏସ୍: କର୍ଲାପାଟରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। କାରଣ ଆଜି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଏନେଇ କଳାହାଣ୍ଡି ଆରସିସିଏଫ୍ ସୁଦୀପ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି। ଗତ ୧୪ ଦିନ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।