୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ପୁଲିସ୍ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଦେଉଳପଡ଼ା ଗ୍ରାମର ମଧୁ ପାଙ୍ଗୀ(୨୬), ପାଙ୍ଗୀପୁଟର ଜୟରାମ ଖାଡ଼ା(୨୪), ବ୍ରାହ୍ମିପୁଟର ପ୍ରମୋଦ କିର୍ଷାନୀ(୨୩), ହରିୟାନାର ନୁହୁ ଜିଲ୍ଲା ତାଉଡ଼ୁ ଥାନା ଭାଜଲାକା ଗ୍ରାମର ମହମ୍ମଦ ସଲିମ୍(୨୦), ମହମ୍ମଦ ସାହିବ୍(୨୨), ପାଲୱାଲ୍ ଜିଲ୍ଲା ଉଟ୍ଟାୱାରର ମହମ୍ମଦ୍ ମଜଲିସ୍(୨୬), ରାଜସ୍ଥାନର ଆଲୱାର୍ ଜିଲ୍ଲା ତାପକନ୍ୟାକି ଧାନି ଥାନା ନିବାହେରି ଗ୍ରାମର ପରଭେଜ୍(୧୯)। ପୁଲିସ୍ ଗଞ୍ଜେଇ ଟ୍ରକ ବ୍ୟତୀତ ୫ଟି ମୋବାଇଲ୍ ଫୋନ୍, ନଗଦ ୪,୮୫୦ ଟଙ୍କା ଓ ଏକ ସୁଜୁକି ମୋପେଡ୍ ଜବତ କରିଛି।

ମିଳିଥିବା ରିପୋର୍ଟ ମୁତାବକ, ଆରଜେ-୧୪ଜିକେ ୫୬୭୧ ନମ୍ବର ଥିବା ଏକ ଟ୍ରକରେ ଲମତାପୁଟ ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ପରେ ଭାରପ୍ରାପ୍ତ ଥାନାଧିକାରୀ ଏ.ମହାକୁଡ଼, ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତି ,ଏଏସଆଇ ଏସ.କେ.ସରକାର ଓ ଅନ୍ୟମାନେ ସାତିଗୁଡ଼ା ବ୍ରୀଜ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ୍ ପହଂଚିବା ମାତ୍ରେ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୪୮୬ କିଲୋ ୧୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କ ହେବ ବୋଲି ଜଣାପଡ଼ିଛି।