ଜୁନ୍‌ରେ ୟୁପିଆଇ କାରବାର ୧୦ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,ଏଜେନ୍ସି: ୟୁପଆଇ-ସକ୍ଷମ ଡିଜିଟାଲ କାରବାର କ୍ରମାଗତ ଦ୍ୱିତୀୟ ମାସ ପାଇଁ ଜୁନ୍ ମାସରେ ୧୦ ଲକ୍ଷ କୋଟିରୁ ଅଧିକ ରହିଥିଲା ବୋଲି ଶୁକ୍ରବାର ଦିନ ଏନ୍‌ପିସିଆଇର ତଥ୍ୟ ଦର୍ଶାଇଛି । ତେବେ ଏହା ପୂର୍ବ ମାସ ତୁଳନାରେ ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଛି ।

ଜୁନ୍ ୨୦୨୨ରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଡିଜିଟାଲ ପେମେଣ୍ଟ ଅଧୀନରେ ହୋଇଥିବା କାରବାର ମୂଲ୍ୟ ୧୦,୧୪,୩୮୪ କୋଟିରେ ପହଞ୍ଚିଛି, ଯାହା ପୂର୍ବ ମାସ ତୁଳନାରେ ୨.୬ ପ୍ରତିଶତ ହ୍ରାସ ପାଇଛି । ସେହି ମାସରେ ୟୁପିଆଇ ଦେୟ ସମୁଦାୟ ୫.୮୬ ବିଲିୟନ କାରବାରର ଅନୁରୂପ ଥିଲା ।

ମେ ୨୦୨୨ରେ, ୟୁପିଆଇ କାରବାରର ମୂଲ୍ୟ ୧୦,୪୧,୫୦୬ କୋଟି ଟଙ୍କା ଥିଲା ଯାହା ସମୁଦାୟ ୫.୯୫ ବିଲିୟନ କାରବାର ସହିତ ଜଡ଼ିତ ଥିଲା । ଏପ୍ରିଲରେ, ମୋଟ ୫.୫୮ ବିଲିୟନ କାରବାର ମାଧ୍ୟମରେ ୟୁପିଆଇ କାରବାରର ମୂଲ୍ୟ ୯,୮୩,୩୦୨ କୋଟି ଥିଲା ।