ୟୁକ୍ରେନକୁ ଆମେରିକାର ସ୍ୱତନ୍ତ୍ର ସମର୍ଥନ

ନୂଆଦିଲ୍ଲୀ: ଋଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଆମେରିକା ଲଗାତାର ଭାବେ ସମର୍ଥନ ପ୍ରଦାନ କରିଛି । ଆମେରିକା ନ୍ୟୁୟର୍କସ୍ଥିତ ଷ୍ଟେଚ୍ୟୁ ଅଫ୍ ଲିବର୍ଟିକୁ ୟୁକ୍ରେନ ତ୍ରିରଙ୍ଗାରେ ଗୁଡ଼ାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଋଷକୁ ବିରୋଧ କରିବାକୁ ଯାଇ ହଲିଉଡ ଷ୍ଟୁଡିଓ ‘ଦି ବେଟମ୍ୟାନ’ ସମେତ ଋଷର ସବୁ ଥିଏଟର ନିଜ ଫିଲ୍ମର ରିଲିଜକୁ ରୋକି ଦେଇଛି । ଅନ୍ୟପଟେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କୋଟ ମୋରିସନ କହିଛନ୍ତି ଯେ, ତାଙ୍କ ଦେଶ ଋଷ ସହ ମୁକାବିଲା କରିବା ପାଇଁ ୟୁକ୍ରେନକୁ ୫ କୋଟି ଡଲାରର ମିସାଇଲ, ହଥିୟାର ଓ ଅନ୍ୟ ସୈନ୍ୟ ୁଉପକରଣ ଉପଲବ୍ଧ କରାଇବ । ଏହି ହଥିୟାର ମଧ୍ୟରୁ ଅଧିକାଂଶ ଘାତକ ଶ୍ରେଣୀର ବୋଲି ମୋରିସନ କହିଛି ।