ଭାରତ ଓ ନେପାଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ରେଳ ସେବା

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଏକ ନୂଆ ରେଳ ସେବା ଆରମ୍ଭ ହୋଇଛି । ଏହି ରେଳ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଉଦଘାଟନ କରିଛନ୍ତି । ଉଭୟ ନେତା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହି ରେଳ ସେବାର ଉଦଘାଟନ କରିଥିଲେ ।

ଉଭୟ ଦେଶ ମଧ୍ୟରେ ମୋଟ ୬୯.୦୮ କିମି ରେଳ ଲାଇନ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ପ୍ରଥମ ଚରଣରେ ୩୪.୫ କିମି ରେଳ ଲାଇନର ଉଦଘାଟନ କରାଯାଇଛି । ଏହି ରେଳ ଲାଇନ ବିହାରର ଜୟନଗରକୁ ନେପାଳର ଜନକପୁରସ୍ଥିତ କୁର୍ଥା ଷ୍ଟେସନ ସହ ଯୋଡ଼ିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଓ ନେପାଳର ବନ୍ଧୁତା, ଆମ ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କର ଉଦାହରଣ ଆଉ ଏମିତି କେଉଁଠି ବି ଦେଖିବାକୁ ମିଳିବନି । ଆମ ସଭ୍ୟତା, ସଂସ୍କୃତି ଓ ଆଦାନପ୍ରଦାନର ଡୋରି ପ୍ରଚୀନ କାଳ ସହ ଯୋଡ଼ିଥାଏ । ଅନାଦି କାଳରୁ ଆମେ ପରସ୍ପରର ସୁଃଖ ଦୁଖର ସାଥୀ ।